ଓଡ଼ିଶାଲାଇଭ୍ ବ୍ୟୁରୋ

  • ସକାଳ ୯ଟାରେ ପରୀକ୍ଷା ଫଳ
  • ୧୨ଟାରୁ ୱେବସାଇଟରେ ରେଜଲ୍ଟ
  • ଏସ୍‌ଏମ୍‌ଏସ୍‌ ଜରିଆରେ ବି ଜାଣିହେବ ରେଜଲ୍ଟ

ସେମବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଫଳ ଜାଣିବା ପାଇଁ ୬ ଲକ୍ଷ ପରୀକ୍ଷାର୍ଥୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସକାଳ ୯ଟାରେ ବୋର୍ଡ ଅଫିସରେ ପ୍ରଥମେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦିନ ୧୨ଟାଠାରୁ ଛାତ୍ରଛାତ୍ରୀମାନେ ୱେବସାଇଟ ଏବଂ ଏସ୍‌ଏମଏସ୍ ଜରିଆରେ ଫଳ ଜାଣିପାରିବେ।

www.bseodisha.ac.in, www.bseodisha.nic.in ଏବଂ  www.orissaresults.nic.in ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଏହାସହ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। OR10 <space> ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ରେଜଲ୍ଟ ଜାଣି ହେବ।

ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ରାଜ୍ୟର ୨ ହଜାର ୮୧୮ଟି କେନ୍ଦ୍ରରେ ହେବ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଥିଲା।

କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ବୋର୍ଡ ସ୍ତରରେ ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଏକ ସ୍କ୍ୱାଡ୍ ଗଠନ କରାଯାଇଥିଲା।

Comment