ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ୨୦୨୫ ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି।
ଚଳିତ ଥର ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ। ପାସ୍ ହୋଇଛନ୍ତି ମୋଟ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରେ ୨ ଲକ୍ଷ ୪୪ ହଜାର ୬୧୨ ଜଣ ଛାତ୍ରୀ ରହିଥିବାବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୪୦ ହଜାର ୨୫୧।
ଏ୧ରେ ଗ୍ରେଡରେ ୧,୮୧୨ ଜଣ ପାସ୍ ହୋଇଥିବା ବେଳେ ଏ୨ରେ ୧୨, ୨୦୦, ବି୧ରେ ୩୮,୮୩୧, ବି୨ରେ ୮୪,୯୭୧, ସିରେ ୧ ଲକ୍ଷ ୩୩ ହଜାର ୮୨୨, ଡିରେ ୧ ଲକ୍ଷ ୪୬ ହଜାର ୧୫୪ ଓ ଇ ଗ୍ରେସରେ ୬୭ ହଜାର ୧୩ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ସନ୍ଧ୍ୟା ୬ଟା ପରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ଓ୍ଵେବସାଇଟ୍ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ରହିବ। ରୋଲ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରେଜଲ୍ଟ ଯାଞ୍ଚ କରିହେବ। ଏହା ବ୍ୟତୀତ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିହେବ।
Tags: #MatricResult #MatricExam2025 #Education #Odisha