ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ରେଜଲ୍ଟ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରାଯିବ। ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ୨ଟାରେ ପରୀକ୍ଷାର୍ଥୀମାନେ ଓ୍ଵେବସାଇଟ୍‌ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ। ଏହା ସହ ଏସଏମଏସ ଜାରିଆରେ ମଧ୍ୟ ରେଜଲ୍ଡ ପାଇପାରିବେ ଛାତ୍ରଛାତ୍ରୀ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ରେଜଲ୍ଟ ପାଇବା ପାଇଁ ଓ୍ଵେବସାଇଟ ହେଉଛି WWW.BSEODISHA.AC.INWWW.ORISSARESULTS.NIC.IN । ଛାତ୍ରଛାତ୍ରୀ ଏସଏସଏସ ଜରିଆରେ ରେଜଲ୍ଟ ପାଇବାକୁ ହେଲେ OR (10) ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ ପଠାଇବାକୁ ପଡ଼ିବ। ଏହା ଦ୍ଵାରା ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ।

ଚଳିତ ଥର ଦୁଇବର୍ଷ ପରେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇଛନ୍ତି ରାଜ୍ୟର ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ। ଗତ ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା। କୋଭିଡ କଟକଣା ପାଳନ କରି ପରୀକ୍ଷା ହଲରେ ବସି ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ରାଜ୍ୟର ମୋଟ ୩,୫୪୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଦୁଇ ବର୍ଷ ପରେ ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଦେଇଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ।

ଗତ ମେ’ ମାସ ୨୧ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦଶମ ଶ୍ରେଣୀ ସହିତ ଏସଓଏସସି ଏବଂ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା। ଏଥିପାଇଁ ନିୟୋଜିତ ହୋଇଥିଲେ ୪୮୧ ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଜଣ ଉପ ପରୀକ୍ଷକ, ୮,୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କୃଟିନାଇଜର।

Tags: #Education #HighSchool #MatricExam #MatricResult

Comment