ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଚଳିତ ଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଛାତ୍ରୀଙ୍କ ପାସ୍‌ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ହାର ରହିଛି ୮୮.୭୭ ପ୍ରତିଶତ।

ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଟ୍ରିକ୍ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି। ଚଳିତ ଥର ମାଟ୍ରିକ ପାସ୍‌ହାର ରହିଛି ୯୦.୫୫ ପ୍ରତିଶତ। ଏଥର ପରୀକ୍ଷାରେ ପାସ୍ କରିଛନ୍ତି ମୋଟ ୫,୧୭,୮୪୭ ଜଣ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରେ ୨,୬୦,୯୭୦ ଜଣ ଛାତ୍ରୀ ରହିଥିବାବେଳେ ୨,୫୬,୮୭୭ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ହାର ରହିଛି ୮୮.୭୭ ପ୍ରତିଶତ।

୨୦୨୦ ମସିହା ମାଟ୍ରିକ ପରୀକ୍ଷାରେ ୪,୩,୮୬୮ ଜଣ ପାସ କରିଥିବାବେଳେ ୨୦୨୧ ମସିହାରେ ୫,୬୨,୦୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଛନ୍ତି ମୋଟ ୮,୬୯୯ ଜଣ ଛାତ୍ରଛାତ୍ରୀ।

Tags: #Education #MatricResult #MatricExam

Comment