ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରିଚେକିଂ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆସନ୍ତା ୨୩ ତାରିଖରୁ ଆବେଦନ କରିପାରିବେ।

ହାଇସ୍କୁଲ ଛାତ୍ରଛାତ୍ରୀ ଆସନ୍ତା ୨୩ ତାରିଖରୁ ଅନଲାଇନରେ ଆବେଦନ କରିପାରିବେ। ତେବେ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ଛାତ୍ରଛାତ୍ରୀ ଅଫଲାଇନରେ ରିଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୪,୧୫୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ ପାଇଛନ୍ତି। ଏଥିରେ ଛାତ୍ରୀଙ୍କ ସଂଖ୍ୟା ୨,୨୫୪ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧,୯୦୪ ରହିଛି। ସେହିଭଳି ଏ-୨ ଗ୍ରେଡରେ ୨୯ ହଜାର ୮୩୮ ଜଣ, ବି-୧ ଗ୍ରେଡରେ ୭୭ ହଜାର୫୬୭ ଜଣ, ବି-୨ ଗ୍ରେଡରେ ୧ ଲକ୍ଷ ୧୮ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ।

ଅନ୍ୟପଟେ ୧ ଲକ୍ଷ ୨୧ ହଜାର ୬୧୧ ଜଣଙ୍କୁ ସି-ଗ୍ରେଡ, ୯ ହଜାର ୬ ଜଣଙ୍କୁ ଡି-ଗ୍ରେଡ, ୬୧ ହାଜର ୪୭୪ ଜଣଙ୍କୁ ଇ-ଗ୍ରେଡ ମିଳିଛି। ସେହିପରି ୭ ହଜାର ୬୪୫ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

ଗତ ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା ମାଟ୍ରିକ ପରୀକ୍ଷା। ରାଜ୍ୟର ମୋଟ ୩,୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ।

Tags: #Education #MatricResult #Rechecking #Odisha

Comment