ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ ୨୦୨୨। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦରେ ବୁଧବାର ଦିନ ଫଳାଫଳ ପୁସ୍ତିକା ଉନ୍ମୋଚନ କରି ମାଟ୍ରିକ୍ ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହା ସହିତ ଷ୍ଟେଟ ଓପନ ସ୍କୁଲ (ଏସଓଏସ) ଏବଂ ମଧ୍ୟମା ପରୀକ୍ଷା ଫଳ ଘୋଷଣା କରାଯାଇଛି।

ଚଳିତ ବର୍ଷ ମୋଟ ୯,୩୭୦ ଜଣ ଛାତ୍ରଛାତ୍ରୀ ଏସଓଏସ ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି ୭,୪୭୫ ଜଣ। ଏହାର ପାସ୍‌ହାର ରହିଛି ୭୯.୭୮ ପ୍ରତିଶତ। ସେହିପରି ମଧ୍ୟମ ପରୀକ୍ଷାର ପାସ୍‌ହାର ହେଉଛି ୮୦.୦୬ ପ୍ରତିଶତ। ଚଳିତ ଥର ୪,୪୪୩ ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇଥିବାବେଳେ ୩,୫୫୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟ ୯୦.୫୫ ପ୍ରତିଶତ ହୋଇଛି। ଦୁଇବର୍ଷ ପରେ ପରୀକ୍ଷା ହେବା ସହ ନୂଆ ଫର୍ମାଟରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ମାତ୍ର ୧୦୦ ଦିନର କ୍ଲାସ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସନ୍ତୋଷ ଜନକ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Tags: #Education #MatricResult #SOSResult #MadhyamaResult

LEAVE A REPLY

Please enter your comment!
Please enter your name here