ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୭୫ ମସିହା ଏପ୍ରିଲ ୧୯ରେ ଉତକ୍ଷେପଣ କରାଯାଇଥିଲା ଭାରତର ପ୍ରଥମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’। ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ଗୋଲ୍ଡେନ ଜୁବଲି ପାଳନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ସ୍ୱଦେଶୀ ଭାବେ ନିର୍ମିତ ଏହି ଉପଗ୍ରହର ପରିକଳ୍ପନା କରିଥିଲେ ବୈଜ୍ଞାନିକ ବିକ୍ରମ ସାରାଭାଈ। ଏହାକୁ ରୁଷରେ କସମସ୍-୩ଏମ୍ ରକେଟ୍ ମାଧ୍ୟମରେ ଲଞ୍ଚ କରାଯାଇଥିଲା। ଏହି ମିଶନକୁ ଉତ୍ସାହିତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଏହାର ବଜେଟ ଥିଲା ୩ କୋଟି ଟଙ୍କା।
ଏହି ମିଶନ ୬ ମାସ ପାଇଁ ନିର୍ଦ୍ଧାରିତ ଥିବାବେଳେ ମାତ୍ର ୪ ଦିନ ସିଗ୍ନାଲ ପଠାଇବାରେ ସଫଳ ହୋଇଥିଲା ଭାରତର ପ୍ରଥମ କୃତ୍ରିମ ଉପଗ୍ରହ। ୧୭ ବର୍ଷ ପରେ ଅର୍ଥାତ ୧୯୯୨ ମସିହା ଫେବ୍ରୁଆରୀ ୧୦ରେ ଆର୍ଯ୍ୟଭଟ୍ଟ ପୁଣିଥରେ ପୃଥିବୀର ବାୟୁମଣ୍ଡଳ ଭିତରେ ପ୍ରବେଶ କରିଥିଲା।
Tags: #Aryabhata #FirstSatelite #ISROLaunch #India