ଓଡ଼ିଶାଲାଇଭ୍ ବ୍ୟୁରୋ
ଇଲେକ୍ଟ୍ରିକ ଫ୍ୟାନ ବିନା ଏବେ ଚଳିବା ମୁସ୍କିଲ। ତେବେ ଅନେକ ଜାଣିନଥିବେ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନର ଉଦ୍ଭାବକ କିଏ ଓ କିପରି ସେ ତିଆରି କରିଥିବା ପ୍ରଥମ ଫ୍ୟାନ କିପରି ଥିଲା?
୧୮୮୨ ମସିହାରେ ଆମେରିକାର ଇଞ୍ଜିନିୟର ସ୍କୁୟଲର୍ ସ୍କାଟ୍ସ ହ୍ୱିଲରଙ୍କ ଦ୍ୱାରା ବିଶ୍ୱର ପ୍ରଥମ ଇଲେକ୍ଟ୍ରିକ ଫ୍ୟାନ ବିକଶିତ ହୋଇଥିଲା। ଏହି ଇଲେକ୍ଟ୍ରିକ ଫ୍ୟାନରେ କେବଳ ଦୁଇଟି ବ୍ଲେଡ୍ ଥିବାବେଳେ ଏହା ଡିସି ପାଓ୍ଵାରରେ ଚାଲୁଥିଲା। ଏହା ପିତ୍ତଳରେ ନିର୍ମିତ ହୋଇଥିଲା। ଏହି ଫ୍ୟାନ ବୁଲିବା ବେଳେ ଅଧିକ ଶବ୍ଦ କରୁଥିବାରୁ ଏହାକୁ ‘ବଜ୍ ଫ୍ୟାନ୍’ ବୋଲି କୁହାଯାଉଥିଲା।
୧୮୮୫ ମସିହା ଫେବ୍ରୁଆରି ୨୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ୟାଟେଣ୍ଟ ଅଫିସରେ ଆନୁଷ୍ଠାନିକ ଭାବେ ହ୍ୱିଲର ଉଦ୍ଭାବନକୁ ଅନୁମୋଦନ ମିଳିଥିଲା। ଏହି ଉଦ୍ଭାବନ ପାଇଁ ୧୯୦୪ ମସିହାରେ ଫ୍ରାଙ୍କଲିନ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ତାଙ୍କୁ ‘ଜନ୍ ସ୍କଟ୍’ ପଦକ ପ୍ରଦାନ କରାଯାଇଥିଲା।
Tags: #ElectricFan #Inventor #SchuylerWheeler