ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ଟପ୍ପର ହୋଇଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ସଂସ୍କୃତି ମହାପାତ୍ର। ଇକୋନୋମିକ୍ସ ଅନର୍ସରେ ୯.୦୩ ସିଜିପିଏ ରଖି ଏହି ସଫଳତା ହାସଲ କରିଛନ୍ତି ସଂସ୍କୃତି।

ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ସଫଳତା ବାଟରେ ପ୍ରତିବନ୍ଧକ ହୋଇପାରେ ନାହିଁ ବୋଲି ସଂସ୍କୃତି କୁହନ୍ତି। ସିଲାବସ୍ ରିଭିଜନ୍ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଥିଲେ। ପ୍ରତିଦିନ ୬ରୁ ୭ ଘଣ୍ଟା ପାଠ ପଢ଼ୁଥିଲେ। ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସଂସ୍କୃତିଙ୍କ ଏହି ସଫଳତା ପଛରେ ରହିଛି ପରିବାରର ସହଯୋଗ।

ତେବେ କେମିତି ପ୍ରସ୍ତୁତି କଲେ ରହିବ ଭଲ ନମ୍ବର, ସେ ଟିପ୍ସ ଦେଇଛନ୍ତି ଇକୋନୋମିକ୍ସ ଟପ୍ପର ସଂସ୍କୃତି ମହାପାତ୍ର।

Tags: #Topper #SanskrutiMohapatra #bjbcollege #exam #SuccessStory

Comment