ଓଡ଼ିଶାଲାଇଭ୍ ବ୍ୟୁରୋ

କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏହାର ଶୁଭାରମ୍ଭ କରିଥିବା ବେଳେ ଆଜି, ଶନିବାର ସକାଳେ କଟ୍ରାରୁ ଯାତ୍ରୀଙ୍କୁ ଧରି ଶ୍ରୀନଗରକୁ ଯାତ୍ରା କରିଛି ବନ୍ଦେ ଭାରତ ଏକ୍ସପ୍ରେସ। କଟ୍ରାରୁ ଶ୍ରୀନଗରରେ ପହଞ୍ଚିବାକୁ ଲାଗିଛି ମାତ୍ର ୩ ଘଣ୍ଟା।
ବିଶ୍ଵର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜକୁ ଗତକାଲି ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚେନାବ ବ୍ରିଜ ଉପରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ବେଶ ଉତ୍ସାହିତ ଥିଲେ। ଅତ୍ୟାଧୁନିକ ଚେନାବ ବ୍ରିଜ ୧୫ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହାର ଉଚ୍ଚତା ୩୫୯ ମିଟର ରହିଥିବା ବେଳେ ଏହାର ଦୈର୍ଘ୍ୟ ରହିଛି ୧,୩୧୫ ମିଟର। ଏଣିକି ବର୍ଷର ସବୁ ସମୟରେ ଶ୍ରୀନଗରକୁ ଯାତାୟତ ସମ୍ଭବ ହୋଇପାରିବ।
Tags: #VandeBharatExpress #RailService #ChenabBridge #PMNarendraModi #India


















