ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମ। ଡାଙ୍ଗବାହାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ନେଉଥିବା ସମୟରେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ।
ସୂଚନା ଅନୁସାରେ ଡାଙ୍ଗବାହାଲ ଅଞ୍ଚଳର ପ୍ରଦୀପ ସାହୁଙ୍କୁ ରାସ୍ତା କାମର ବିଲ କରିବା ପାଇଁ ଟଙ୍କା ଦାବି କରିଥିଲେ କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମ। ଏହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ପ୍ରଦୀପ ସାହୁ। ପୂର୍ବ ଯୋଜନା ମୁତାବକ ପ୍ରଦୀପ କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମଙ୍କୁ ୮ ହଜାର ଟଙ୍କା ଦେବା ସମୟରେ ମାଡ଼ି ବସିଥିଲେ ଭିଜିଲାନ୍ସ ଟିମ।
ଟଙ୍କା ଜବତ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। କନିଷ୍ଠ ଯନ୍ତ୍ରୀଙ୍କ ଗାଇସିଲେଟ ବ୍ଲକ କଳାଙ୍ଗାପାଲିସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ମନରେଗା କାର୍ଯ୍ୟାଳୟରେ ତନାଘନା ଚାଲିଛି। ବର୍ଷକ ତଳେ ଚାକିରିରେ ନିଯୁକ୍ତ ହୋଇଥିଲେ ସସ୍ମିତା ଓରାମ।
Tags; #JESasmitaOram #VigilanceRaid #BribeCase #Bargarh #Dangabahal












