ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ମହୁଲକରକଚିଆ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ପ୍ରଫେସର ଡାକ୍ତର ରାମକୃଷ୍ଣ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ୧୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଜୁନିୟର ଡାକ୍ତର ସ୍ୱାସ୍ଥ୍ୟ ଶିବିରରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସେବା ଯୋଗାଇ ଥିଲେ।
ଏହିଭଳି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିବା ଦ୍ଵାରା ଅଧ୍ୟୟନରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଗୀସେବା ମନୋବୃତ୍ତି ବଢ଼ିବା ସହ ଡାକ୍ତରଖାନା ପହଞ୍ଚି ପାରୁନଥିବା ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି କହିଛନ୍ତି ଡାକ୍ତର ରାମକୃଷ୍ଣ ସାହୁ।
ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଏବଂ ପରିଚାଳନା ନିମନ୍ତେ ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା। ଶତାଧିକ ଗ୍ରାମବାସୀ ଶିବିରରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଚିକିତ୍ସା ପରେ ଲୋକଙ୍କୁ ଔଷଧ ପ୍ରଦାନ କରାଯାଇଥିଲା।
Tags: #HealthCamp #HeathCare #Treatment #Mahulakarakachia #Mayurbhanj