ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ଓଡ଼ିଶା ଟୁରିଜିମ କନକ୍ଲେଭ ୨୦୨୫। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍ର ଆୟୋଜନ କରାଯାଉଛି। ବୁଧବାର ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଛି।
ଆଇଏଟିଓ ନୂଆଦିଲ୍ଲୀ ପ୍ରେସିଡେଣ୍ଟ ରବି ଗୋସାଇଁ, ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେ ଶକ ମାନସୀ ନିମ୍ବାଲ ଓ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶାର (ଏଚଆରଏଓ) ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଓଡ଼ିଶା ଟୁରିଜିମର ଷଷ୍ଠ ସଂସ୍କାରଣକୁ ଉଦଘାଟନ କରିଥିଲେ।

ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦେବା ଏହି କନ୍କ୍ଲେଭର ମୂଳ ଉଦ୍ଦେଶ୍ୟ ରହିଛି। ଷଷ୍ଠ ଓଡ଼ିଶା ଟୁରିଜିମ କନକ୍ଲେଭରେ ହୋଟେଲ ମାଲିକ, ଟୁର୍ ଅପରେଟର୍ସ, ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ମିଡିଆ, ଡିଜିଟାଲ ମାର୍କେଟିଂ, ଏୟାରଲାଇନ୍ସ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଛନ୍ତି। ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଦିଗରେ କନକ୍ଲେଭରେ ଆଲୋଚନା ହେବ।
ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ ଏହି କନକ୍ଲେଭର କମ୍ୟୁନିକେସନ ପାର୍ଟନର ରହିଛି।
Tags: #HRAO #OdishaTourismConclave2025 #Bhubaneswar #HotelAndRestaurantAssociation