ଓଡ଼ିଶାଲାଇଭ୍ ବ୍ୟୁରୋ

ମାଉସୀ ମା’ ଘରୁ ବାହୁଡ଼ିବେ ବଡ଼ଠାକୁର। ବାହୁଡ଼ା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଜି ଦକ୍ଷିଣ ମୋଡ଼ ନେଇଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଗତକାଲି ତାଳଧ୍ଵଜ ଓ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ନେଇଥିଲା।
ଆଜ୍ଞାମାଳ ବିଜେ ପରେ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା। ବର୍ତ୍ତମାନ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ଼। ବିଶ୍ଵାସ ରହିଛି ଜନ୍ମବେଦୀରେ ମହାପ୍ରଭୁଙ୍କର ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ।
ସେପଟେ ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରା ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଥିବାରୁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Tags: #ShreeGundicha #BahudaJatra #RathYatra #ShreeJaganath #Puri


















