ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତିରେ ତାମିଲ ସୁପରଷ୍ଟାର ବିଜୟଙ୍କ ଏଣ୍ଟ୍ରି। ଏହି ଏଣ୍ଟ୍ରି ଏମିତି ସେମିତି ନୁହେଁ, ତାମିଲନାଡୁ ଭେତ୍ରୀ କଝଗମ (ଟିଭିକେ) ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବିଜୟ। ଏ ନେଇ ଦଳ ପକ୍ଷରୁ ଆଜି ଔପଚାରିକ ଭାବେ ଘୋଷଣା କରାଯାଇଛି।
ଦଳ ପକ୍ଷରୁ ଆଜି ବସିଥିବା ବୈଠକରେ ଆଗାମୀ ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଲାଗି ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ବୈଠକ ପରେ ବିଜୟ କହିଛନ୍ତି, ଟିଭେକେ ଏକାକି ଲଢ଼ିବ। ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବ ନାହିଁ। କାରଣ ଦୁଇ ଦଳ ମଧ୍ୟରେ ଚିନ୍ତାଧାରା ମିଶୁନାହିଁ।
ନିର୍ବାଚନ ପୂର୍ବରୁ ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ଦଳ ନିଷ୍ପତ୍ତି ନେଇଛି। ବିଜୟ କହିଛନ୍ତି ଦଳ ରାଜ୍ୟରେ ୨ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଲୋକଙ୍କ ପାଖରେ ପହଞ୍ଚିବାକୁ ଏବେଠାରୁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ବିଜୟ କହିଛନ୍ତି।
Tags: #Politics #TamilNaduPolitics #TamilActorVijay #TamilNaduAssemblyElection2026