ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି ୨୦୦୦ ଟଙ୍କିଆ ନୋଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନୋଟ୍ ପ୍ରତ୍ୟାହାର କରିବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, ତଥାପି ୬,୦୯୯ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିନାହିଁ।
ରିଜର୍ଭ ବ୍ୟାଙ୍କ ୨୦୨୩ ମେ’ ୧୯ ତାରିଖରେ ୨୦୦୦ ଟଙ୍କାର ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଥିଲା। ଏବେ ଦୁଇ ବର୍ଷ ପରେ ୯୮.୨୯ ପ୍ରତିଶତ ନୋଟ୍ ବ୍ୟାଙ୍କକୁ ଫେରି ଆସିଛି। ତେବେ ବାକି ୬,୦୯୯ କୋଟି ଟଙ୍କାର ନୋଟ୍ ଜମା କରାଯାଇ ନାହିଁ।
୭ ଅକ୍ଟୋବର ୨୦୨୩ ସୁଦ୍ଧା ସବୁ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ବ୍ୟବସ୍ଥା କରାଯାଇଥିଲା। ଏବେ କେବଳ ରିଜର୍ଭ ବ୍ୟାଙ୍କରେ ୧୯ଟି ଆଞ୍ଚଳିକ ଶାଖାରେ ଏହି ସୁବିଧା ଉପଲବ୍ଧ ରହିଛି।
Tags: #RBI #2000RupeesNote #MoneyMatters
















