ଓଡ଼ିଶାଲାଇଭ୍ ବ୍ୟୁରୋ

କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା ସାଉଁଟିଛନ୍ତି କ୍ରିଷ୍ଣା।

ପରିବାରରେ ନିତିଦିନ ଘଟୁଥିବା ଘଟଣାକୁ ନେଇ କ୍ରିଷ୍ଣାଙ୍କ କମେଡି ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରୁଛି। କ୍ରିଷ୍ଣାଙ୍କ ସହିତ କମେଡିରେ ସହଯୋଗ କରନ୍ତି ତାଙ୍କ ଭାଇ ମହାପ୍ରସାଦ ରାଉତ।

କ୍ରିଷ୍ଣା କୁହନ୍ତି, “ଲୋକଙ୍କୁ ହସେଇବାକୁ ତାଙ୍କୁ ଭଲଲାଗେ। ସେଥିପାଇଁ କମେଡି ଭିଡିଓ କରିଲୁ। ଲୋକଙ୍କୁ ହସେଇବା କିନ୍ତୁ ଏତେ ସହଜ ନୁହେଁ। ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡୁଛି। ଲୋକଙ୍କୁ କେଉଁ କଥା ବେଶି ଛୁଇଁବ ପ୍ରତିଥର ଭିଡିଓ ତିଆରି କରିବା ପୂର୍ବରୁ ସେ ବିଷୟରେ ଭାବିବାକୁ ପଡୁଛି।”

ଓଡ଼ିଶାଲାଇଭ୍ ସାକ୍ଷାତକାରରେ କମେଡିଆନ କ୍ରିଷ୍ଣା ରାଉତ ନିଜ କମେଡି ଯାତ୍ରା ସମ୍ପର୍କରେ କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #KrishnaRout #ComedyStar #StruggleStory #ViralReels

Comment