ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କରିଛନ୍ତି ବଡ଼ ଧମାକା କଲେ ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ ପରେ ସେ ଭାରତ ପାଇଁ ଏବେ ଅଣ୍ଡର-୧୯ କ୍ରିକେଟରେ ରଚିଛନ୍ତି ଇତିହାସ। ମାତ୍ର ୧୪ ବର୍ଷ ବୟସରେ ସେ ଏଭଳି କାରନାମା କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଇଂଲଣ୍ଡ ଅଣ୍ଡର-୧୯ ଟିମ ବିପକ୍ଷ ଦିନିକିଆ ସିରିଜରେ ଭାରତ ପାଇଁ ସର୍ବାଧିକ ରନର ରେକର୍ଡ କରିଛନ୍ତି ବୈଭବ। ଇଂଲଣ୍ଡରେ ହୋଇଥିବା ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧୭୪ ଷ୍ଟ୍ରାଇକ୍ ରେଟରେ ୩୫୫ ରନ କରିଛନ୍ତି ଏହି ବାମହାତୀ ବ୍ୟାଟର।
ସିରିଜରେ ବୈଭବ ଯଥାକ୍ରମେ ୪୮, ୪୫, ୮୬, ୧୪୩ ଓ ୩୩ ରନର ଇନିଂସ୍ ଖେଳିଥିଲେ। ଏଥିରେ ତାଙ୍କର ଗୋଟିଏ ମ୍ୟାଚରେ ୫୨ ବଲରେ ସେଞ୍ଚୁରି ମାରିବା ବିଶ୍ଵ ରେକର୍ଡରେ ସାମିଲ ହୋଇଛି।
ଏହା ପୂର୍ବରୁ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷ ଅଣ୍ଡର-୧୯ ସିରିଜରେ ଶୁଭମନ ଗିଲ୍ ୩୫୧ ରନ କରି ରେକର୍ଡ କରିଥିଲେ। ଏବେ ବୈଭବ ଏହି ରେକର୍ଡକୁ ନିଜ ନାଁରେ କରିଛନ୍ତି।
Tags: #VaibhavSuryavanshi #Cricket #India


















