ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳିକରି ହତ୍ୟା କରାଯାଇଛି। ୨୫ ବର୍ଷୀୟା ରାଧିକାଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି।

ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଘଟିଛି ଏହି ଅଘଟଣ। ଅଭିଯୁକ୍ତ ଦୀପକ ଯାଦବ ପୋଲିସକୁ କହିଛନ୍ତି ଯେ, କିଛି ମାସ ହେବ ରାଧିକା ଏକ ଟେନିସ୍ ଏକାଡେମୀ ଖୋଲିଥିଲେ। ବାରମ୍ବାର କହିବା ପରେ ମଧ୍ୟ ସେ ଏହି ଏକାଡେମୀ ବନ୍ଦ କରୁନଥିଲେ। ଝିଅ କଥା ନଶୁଣିବାରୁ ରାଗରେ ଗୁଳି କରିଥିବା ପୋଲିସ ଆଗରେ ସ୍ଵୀକାର କରିଛନ୍ତି ଅଭିଯୁକ୍ତ ଦୀପକ।

ତେବେ ରାଧିକା ଯାଦବ ହରିୟାଣାର ଜଣେ ପ୍ରତିଭାବାନ ଟେନିସ୍ ଖେଳାଳି ଥିଲେ। ସେ ରାଜ୍ୟସ୍ତରରେ ଅନେକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପଦକ ଜିତିଥିଲେ। ୨୦୨୪ରେ ଆଇଟିଏଫ୍ ମହିଳା ଟେନିସ ଡବଲ୍ସ ରାକିଂରେ ୧୧୩ ତମ ସ୍ଥାନରେ ଥିଲେ ରାଧିକା।

Tags: #RadhikaYadav #Murder #TennisPlayer #Haryana

Comment