ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସାହିତ୍ୟ ଜଗତର ଅତି ପରିଚିତ ନାଁ ଡକ୍ଟର ସଂଘମିତ୍ରା ମିଶ୍ର। ପିଲାଟି ଦିନରୁ ହିଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ମାତ୍ର ସେ କେବେ ହାର୍ ମାନି ନାହାନ୍ତି, ବରଂ ସଂଘର୍ଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ସ୍ଵାଧୀନତା ସଂଗ୍ରାମୀ ବଂଶୀଧର ମିଶ୍ରଙ୍କ ଝିଅ ହେଉଛନ୍ତି ସଂଘମିତ୍ରା ମିଶ୍ର। ବାପା ବଂଶୀଧର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ଇତିହାସର ହଜିଲା ଝିଅ’ ଲେଖିଛନ୍ତି ସେ।
ବଂଶୀଧର ମିଶ୍ର ଓରଫ ସୁରତ ଅଲ୍ଲୀ ଥିଲେ ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ଅନ୍ୟତମ ସଂଗ୍ରାମୀ। ଦେଶ ପାଇଁ ସେ ନିଜ ଘର ଓ ପରିବାରକୁ ଛାଡ଼ି ଦେଇଥିଲେ। ନିଜର ନାଁ ବଦଳେଇ ବିଦେଶରୁ ଦେଶ ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଥିଲେ।
ବିଶିଷ୍ଟ ଲେଖିକା ଡକ୍ଟର ସଂଘମିତ୍ରା ମିଶ୍ରଙ୍କଠାରୁ ବଂଶୀଧର ମିଶ୍ରଙ୍କ ବିଷୟରେ ଅଧିକ କଥା ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ।
Tags: #DrSanghamitraMishra #literature #Writer #books #Odisha
















