ଓଡ଼ିଶାଲାଇଭ୍ ବ୍ୟୁରୋ

ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ୨୦୨୫ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଉପନ୍ୟାସ ‘ହର୍ସଟ ୦୭୭୬୯’ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ।

ଲାଜଲୋଙ୍କ ଲିଖିତ ଏହି ଉପନ୍ୟାସରେ ଜର୍ମାନୀରେ ଉପୁଜିଥିବା ସାମାଜିକ ଅସ୍ଥିରତା, ହିଂସା ଏବଂ ଏହାର ସୌନ୍ଦର୍ଯ୍ୟ ଉପରେ ପଡ଼ିଥିବା ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଅବସ୍ଥିତ ଗାଁ ଗୁଇଲାଠାରେ ଲାଜଲୋ କ୍ରାଜନାହୋରାଇ ଜନ୍ମଗ୍ରହଣ କରିଥିଲେ।

୨୦୨୫ ମସିହା ପାଇଁ ଅକ୍ଟୋବର ୬ ତାରିଖରୁ ନୋବେଲ ସିଜିନ ଆରମ୍ଭ ହୋଇଥିବା ବେଳେ ମେଡିସିନ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପରେ ସାହିତ୍ୟରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି।

#NobelPrize2025 #Literature #HungarianAuthor #LaszloKraznahorkai

Comment