ଓଡ଼ିଶାଲାଇଭ୍ ବ୍ୟୁରୋ
କମେଡିଆନ ତଥା ରିଲ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା ସାଉଁଟିଛନ୍ତି କ୍ରିଷ୍ଣା।
ପରିବାରରେ ନିତିଦିନ ଘଟୁଥିବା ଘଟଣାକୁ ନେଇ କ୍ରିଷ୍ଣାଙ୍କ କମେଡି ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରୁଛି। କ୍ରିଷ୍ଣାଙ୍କ ସହିତ କମେଡିରେ ସହଯୋଗ କରନ୍ତି ତାଙ୍କ ଭାଇ ମହାପ୍ରସାଦ ରାଉତ।
କ୍ରିଷ୍ଣା କୁହନ୍ତି, ଲୋକଙ୍କୁ ହସେଇବାକୁ ତାଙ୍କୁ ଭଲଲାଗେ। ସେଥିପାଇଁ କମେଡି ଭିଡିଓ କରୁଛନ୍ତି। କିନ୍ତୁ ଲୋକଙ୍କୁ ହସେଇବା ଏତେ ସହଜ ନୁହେଁ, ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡୁଛି ବୋଲି ସେ କୁହନ୍ତି।
ଓଡ଼ିଶାଲାଇଭର ସାକ୍ଷାତକାରରେ ନିଜ ପ୍ରଥମ ଭାଇରାଲ ଭିଡିଓର ଅନୁଭୂତି କହିଛନ୍ତି କମେଡିଆନ କ୍ରିଷ୍ଣା ରାଉତ। ଦେଖନ୍ତୁ ଭିଡିଓ।
Tags: #KrishnaRout #ComedyStar #StruggleStory #ViralReels
















