ଓଡ଼ିଶାଲାଇଭ୍ ବ୍ୟୁରୋ
କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା ସାଉଁଟିଛନ୍ତି କ୍ରିଷ୍ଣା।
ପରିବାରରେ ନିତିଦିନ ଘଟୁଥିବା ଘଟଣାକୁ ନେଇ କ୍ରିଷ୍ଣାଙ୍କ କମେଡି ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରୁଛି। କ୍ରିଷ୍ଣାଙ୍କ ସହିତ କମେଡିରେ ସହଯୋଗ କରନ୍ତି ତାଙ୍କ ଭାଇ ମହାପ୍ରସାଦ ରାଉତ। ଲୋକଙ୍କୁ ହସେଇବାକୁ ତାଙ୍କୁ ଭଲ ଲାଗେ ବୋଲି କୁହନ୍ତି କ୍ରିଷ୍ଣା।
ଲୋକଙ୍କୁ ହସେଇବା ଏତେ ସହଜ ନୁହେଁ। ଏଥିପାଇଁ ବହୁତ କଷ୍ଟ କରିବାକୁ ପଡ଼େ। ହେଲେ ଲୋକଙ୍କ ପ୍ରଶଂସା ଶୁଣି ଭଲ ଲାଗେ ବୋଲି କ୍ରିଷ୍ଣା କୁହନ୍ତି।
ଓଡ଼ିଶାଲାଇଭର ସାକ୍ଷାତକାରରେ କମେଡିଆନ କ୍ରିଷ୍ଣା ରାଉତ କହିଛନ୍ତି ଯେ, “ସେଲିବ୍ରେଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ମୋ ଭିଡିଓ ଦେଖି ପ୍ରଶଂସା କରନ୍ତି। ଆଗକୁ ଆହୁରି ମଜାଦାର ଭିଡିଓ କରି ଲୋକଙ୍କୁ ହସେଇବି।”
Tags: #KrishnaRout #ComedyStar #StruggleStory #ViralReels
















