ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟ ଜଗତର ଅତି ପରିଚିତ ନାଁ ଡକ୍ଟର ସଂଘମିତ୍ରା ମିଶ୍ର। ପିଲାଟି ଦିନରୁ ହିଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ମାତ୍ର ସେ କେବେ ହାର୍ ମାନି ନାହାନ୍ତି, ବରଂ ସଂଘର୍ଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସ୍ଵାଧୀନତା ସଂଗ୍ରାମୀ ବଂଶୀଧର ମିଶ୍ରଙ୍କ ଝିଅ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ସଂଘମିତ୍ରା ମିଶ୍ର। ବାପା ବଂଶୀଧର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ଇତିହାସର ହଜିଲା ଝିଅ’ ଲେଖିଛନ୍ତି ସେ।

ଡକ୍ଟର ସଂଘମିତା ମିଶ୍ରଙ୍କ ଲିଖିତ କବିତା, ଗଳ୍ପ ଏବଂ ପ୍ରବନ୍ଧ ପାଠକ ମହଲରେ ବେଶ ଆଦୃତି ଲାଭ କରିଛି। ତାଙ୍କ ରଚିତ ଅନେକ ନାଟକ ଆକାଶବାଣୀରେ ପ୍ରସାରିତ ହୋଇଛି। ସାହିତ୍ୟ ଜଗତକୁ ବିଶେଷ ଅବଦାନ ପାଇଁ ସଂଘମିତ୍ରା ମିଶ୍ର ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ପୁରସ୍କାର ପାଇଛନ୍ତି।

‘‘ଜୀବନର ପ୍ରଥମ ନାଟକ ମୁଁ ମୋ ଝିଅ ପାଇଁ ଲେଖିଥିଲି। ସେ ତା’ କଲେଜରେ ସେଇ ନାଟକକୁ ପରିବେଷଣ କରିଥିଲା। ସେଥିପାଇଁ ତାକୁ ଖୁବ୍ ପ୍ରଶଂସା ମିଳିଥିଲା। ସେଇଠୁ ମୋ ଭିତରେ ନାଟକ ଲେଖିବା ପାଇଁ ଆତ୍ମବିଶ୍ୱାସ ଆସିଥିଲା’’, ଓଡ଼ିଶାଲାଇଭ୍ ସାକ୍ଷତାରେ କହିଛନ୍ତି ଡକ୍ଟର ସଂଘମିତ୍ରା ମିଶ୍ର। ଦେଖନ୍ତୁ ଭିଡିଓ।

Tags: #DrSanghamitraMishra #literature #Writer #Interview #books #Odisha

Comment