ଓଡ଼ିଶାଲାଇଭ୍ ବ୍ୟୁରୋ

“ସଚେତନା ହେବା ସହ ଅନ୍ୟାୟ ବିରୋଧରେ ସ୍ଵର ଉଠାଇଲେ କର୍ମକ୍ଷେତ୍ରରେ ମହିଳାମାନଙ୍କର ନିରାପତ୍ତା ସୁରକ୍ଷିତ ରହିବ। ଯଦି ଆମେ ଚୁପ ରହିବା ତେବେ ଏହା ଅପରାଧ ଓ ଅପରାଧୀଙ୍କୁ ବଳ ଯୋଗାଇବ”, ଏହା କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଭୁବନେଶ୍ଵର ଲୋକସେବା ଭବନଠାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ଏକ ସ୍ଵତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଭାତୀ ପରିଡ଼ା ଆହୁରି କହିଥିଲେ, “କର୍ମକ୍ଷେତ୍ରରେ ମହିଳାଙ୍କ ନିରାପତ୍ତା ସରକାରଙ୍କ ପ୍ରାଥମିକତା। ନିଜ ଅଧିକାର ପାଇଁ ଝିଅମାନେ ସ୍ଵର ଉଠାଇବା ଜରୁରୀ। ଯୌନ ଉତ୍ପୀଡ଼ନ ବିରୋଧରେ ସମସ୍ତେ ମୁହଁ ଖୋଲିବାର ଆବଶ୍ୟକତା ରହିଛି।”

Tags: #PravatiParida #DeputyCMOdisa #GirlsRights #Odisha

Comment