ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ଖୁସି ଖବର। ଆସନ୍ତା ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ବୟସ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିପାରିବେ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇବେ ହିତାଧିକାରୀ। ଏହା ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ନୂଆ ହିତାଧିକାରୀ ଆବେଦନ କରିବାର ସୁଯୋଗ ପାଇବେ। ଏହା ସହ ପୂର୍ବରୁ ବାଦ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଯୋଡ଼ିବା ପାଇଁ ସର୍ଭେ କରାଯିବ।

ଯେଉଁମାନଙ୍କ ନାଁରେ ଗାଡ଼ି ଥିବ ଏବଂ ୫ ଏକର ଜମି ସହ ଆଇଟି ରିଟର୍ଣ୍ଣ ଭରୁଥିବେ ସେମାନେ ଏହି ଯୋଜନାରୁ ବାଦ ପଡ଼ିବେ। ପ୍ରାୟ ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ପୂରି ଥିବାରୁ ଭତ୍ତା ପାଇଁ ଏସଏସଇପିଡି ବିଭାଗକୁ ସେମାନଙ୍କ ଲିଷ୍ଟ ପଠାଯାଇଛି। ଏହି ଆଧାରକୁ ନେଇ ପୁଣି ଚୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: #SubhadraYojana #SubhadraPortal #PravatiParida #Odisha

Comment