ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନସର ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ’। ଏହାର ସଫଳ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। ଏହି ଟିକା କୋଲୋରେକ୍ଟାଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି କୁହାଯାଉଛି। ରୁଷର ଫେଡେରାଲ ମେଡିକାଲ ଆଣ୍ଡ ବାୟୋଲୋଜିକାଲ ଏଜେନ୍ସି ପକ୍ଷରୁ ଏହି ଭ୍ୟାକ୍ସିନକୁ ବିକଶିତ କରାଯାଇଛି।

କୋଭିଡ-୧୯ ଭାକ୍ସିନ ଭଳି ‘ଏଣ୍ଟେରୋମିକ୍ସ’ ଭ୍ୟାକ୍ସିନ ମଧ୍ୟ ଏମଆରଏନଏ ଟେକ୍ନୋଲୋଜି ଆଧାରରେ ପ୍ରସ୍ତୁତ ହୋଇଛି। ଏହି ଭାକ୍ସିନ ପ୍ରଭାବୀ ହେଲେ ରୋଗୀଙ୍କୁ କ୍ୟାନ୍ସର ଚିକିତ୍ସା ପାଇଁ କେମୋଥେରାପିର ଆଉ ଆବଶ୍ୟକତା ପଡ଼ିବ ନାହିଁ।

ଏହି ଟିକା ଉପରେ ଗବେଷଣା ବହୁ ବର୍ଷ ଧରି ଜାରି ରହିଥିଲା। ଏଥିରେ ଟ୍ୟୁମର ଆକାରରେ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇଛି ବୋଲି ଗବେଷକମାନେ ଦାବି କରିଛନ୍ତି। ଏବେ ଏହି ଟିକାକୁ ସରକାରୀ ଅନୁମୋଦନ ମିଳିବା ବାକି ରହିଛି।

Tags: #Enteromix #CancerVaccine #Russia

Comment