ଓଡ଼ିଶାଲାଇଭ୍ ବ୍ୟୁରୋ

ଭେନେଜୁଏଲାର ବିଶିଷ୍ଟ ରାଜନୀତିଜ୍ଞ ମାରିଆ କୋରିନା ମଚାଡ଼ୋଙ୍କୁ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ସେ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି ମାରିଆ କୋରିନା। ଶାନ୍ତି ପ୍ରତିଷ୍ଠା ଦିଗରେ ମାରିଆଙ୍କ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ପାଇଁ ନୋବେଲ କମିଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

୧୯୬୭ ମସିହା ଅକ୍ଟୋବର ୭ ତାରିଖରେ ଭେନେଜୁଏଲାର କାରାକାସଠାରେ ଜନ୍ମ ଗ୍ରହଣ କରିଥିଲେ ମାରିଆ କୋରିନା।

୨୦୨୫ ମସିହା ପାଇଁ ଅକ୍ଟୋବର ୬ ତାରିଖରୁ ନୋବେଲ ସିଜିନ ଆରମ୍ଭ ହୋଇଥିବା ବେଳେ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ସାହିତ୍ୟ ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି।

Tags: #NobelPeacePrize2025 #MariaCorinaMachado #Venezuela

Comment