ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ର ରୋମାଞ୍ଚକର ସେମିଫାଇନାଲରେ ସାତଥରର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଜେମିମା ରୋଡ୍ରିଗସ୍ ଏବଂ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଚମତ୍କାର ବ୍ୟାଟିଂ ବଳରେ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ଚେଜ କରି ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି ଭାରତ। ତୃତୀୟଥର ପାଇଁ ବିଶ୍ଵକପ୍ ଫାଇନାଲକୁ ଯାଇଥିବା ଭାରତୀୟ ଦଳ ଏଥର ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ।
ଅଷ୍ଟ୍ରେଲିଆ ଦେଇଥିବା ୩୩୯ ରନ୍ର ଟାର୍ଗେଟକୁ ପିଛାକରି ଭାରତ ପାୱାର-ପ୍ଲେରେ ୨ ୱିକେଟ୍ ହରାଇ ୬୦ ରନ୍ କରିଥିଲା। ଏହାପରେ ଜେମିମା ଓ ହର୍ମନପ୍ରୀତଙ୍କ ୧୬୭ ରନ୍ର ପାର୍ଟନରସିପ୍ ବିଜୟର ମୂଳଦୁଆ ପକାଇଥିଲା। ହରମନପ୍ରୀତ ୮୯ ରନ୍ କରି ଆଉଟ୍ ହେବାପରେ ଜେମିମାଙ୍କ ୧୨୭ ରନର ଶତକୀୟ ଇନିଂସ ଭାରତକୁ ବିଜୟୀ କରାଇବାରେ ନିର୍ଣ୍ଣାୟକ ହୋଇଥିଲା।
୨୦୦୫ ଓ ୨୦୧୭ ବିଶ୍ଵକପର ଫାଇନାଲ୍ ଖେଳିଥିଲେ ମଧ୍ୟ ଭାରତ ରନର୍ସଅପ୍ ହୋଇଥିଲା। ଏଥର ଘରୋଇ ମାଟିରେ ବିଶ୍ଵବିଜୟୀ ହେବାକୁ ଦଳ ଲକ୍ଷ୍ୟ ରଖିଛି।
Tags: #ICCWomensWorldCup #Cricket #ICC


















