ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ। ଓଡ଼ିଶାରେ ୨୦୨୬ ଫେବ୍ରୁଆରି ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ଯାଏଁ ପରୀକ୍ଷା ଚାଲିବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ଯାଏଁ ଚାଲିବ। ତେବେ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ। ଏନେଇ ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଫେବ୍ରୁଆରି ୧୯ ତାରିଖ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଫେବ୍ରୁଆରି ୨୧ ତାରିଖରେ ଇଂରାଜୀ ପରୀକ୍ଷା ହେବ। ସେହିପରି ଫେବ୍ରୁଆରି ୨୩ ତାରିଖରେ ସଂସ୍କୃତ/ହିନ୍ଦୀ, ୨୫ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

Tags: #MatricExam #Education #Examination #BSE #Odisha

Comment