ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇ ସିରିଜ ଜିତିଛି ଭାରତ। ଅହମ୍ମଦାବାଦରେ ହୋଇଥିବା ଶେଷ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା ଟିମ୍ ଇଣ୍ଡିଆ।

ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୨୩୧ ରନ୍ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ ବିନିମୟରେ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା। ତେବେ ୩୦ ରନରେ ବିଜୟ ହାସଲ କରି ଅକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ଭାରତ।

ତିଳକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଫ୍ଲେୟର ଅଫ ଦ ମ୍ୟାଚ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ ଦ ସିରିଜ ବିବେଚିତ ହୋଇଛନ୍ତି।

୨୦୨୩ରୁ ଭାରତ କ୍ରମାଗତ ୮ଟି ସିରିଜରେ ବିଜୟୀ ହେବାରେ ସଫଳ ହୋଇଛି।

Tags: #T20 #IndiaVsSouthAfrica #TeamIndia #Cricket #T20Series

Comment