ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛିଦିନ ଧରି ପୁରୀ ବେଳାଭୂମିରେ ଅନେକ ଅଘଟଣ ଘଟିଥିବା ଖବର ଆସୁଛି। କାର୍ତ୍ତିକ ମାସ ଆରମ୍ଭ ଦିନ ଏକ ୯୪ ବର୍ଷର ହାବିଷ୍ୟାଳି ଛେତଗଙ୍ଗାରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ତେବେ ବୁଧବାର କିଛି ଭିନ୍ନ ଧରଣର ଘଟଣା ଘଟିଛି। ପୁରୀ ସମୁଦ୍ରରେ ଭାସି ଯାଉଥିବାବେଳେ ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ।

ପୁରୀ ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ଲାଇଫ୍‌ଗାର୍ଡ ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି। ଏମାନେ ହେଲେ ସରସ୍ୱତୀ ବାନାର୍ଜୀ, ଦେବଦୂତି ବାନାର୍ଜୀ ଏବଂ ପ୍ରଭା ଚକଲଦାର। ୩ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ସ୍ୱର୍ଗଦ୍ୱାର ସମୁଦ୍ରକୂଳ ଅଞ୍ଚଳରେ ସ୍ନାନ କରୁଥିବା ବେଳେ ଗଭୀର ସ୍ରୋତରେ ସେମାନେ ଭାସିଯାଇଥିଲେ। ନିକଟରେ ଥିବା ଲାଇଫଗାର୍ଡ ସମୁଦ୍ରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here