ଓଡ଼ିଶାଲାଇଭ ବ୍ୟୁରୋ

ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବମୁଖର। ଏହା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆାର ପ୍ରୟାସ କରିଛନ୍ତି। ପ୍ରାୟ ଏକ ହଜାକ ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସେ ପୁରୀ ବେଳାଭୂମିରେ ଭଗବାନ ଗଣେଶଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ଦ୍ଵାରା ସେ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବାର ବାର୍ତ୍ତା ମଧ୍ୟ ଦେଇଛନ୍ତି।


ସେ ଗଣେଶଙ୍କ ବାଲୁକା କଳା ଚାରିପାଖରେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଜାଇଛନ୍ତି। ଏହାସହ ପରିବେଶ ସୁରକ୍ଷା ପାଇଁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାକୁ ବାର୍ତ୍ତା ଦେଇଛନ୍ତି। ସୁଦର୍ଶନ ତାଙ୍କର ଏହି ବାଲୁକା କଳାକୁ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି। ଏହାଛଡ଼ା ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଟୁଇଟରରେ ପୋଷ୍ଟ କରିଛି।

ଆଜି ଗଣେଶ ପୂଜା ଯୋଗୁଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ପଡ଼ିଛି। ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ଵର, ପୁରୀ ଓ ଖୋର୍ଦ୍ଧାରେ ଗଣେଶ ପାଇଁ ଉତ୍ସବମୁଖର ହୋଇପଡ଼ିଛି।

LEAVE A REPLY

Please enter your comment!
Please enter your name here