ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ସେପ୍ଟେମ୍ବର ୧୦ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ସମସ୍ତ କରୋନା କଟକଣାକୁ ମାନି ମଣ୍ଡପରେ ପୂଜା କରିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି। ଏଥିସହ ପୂଜାର ଆୟୋଜନ କରିବା ପୂର୍ବରୁ ଆୟୋଜକମାନେ ପୋଲିସ କମିସନରଙ୍କ ଅନୁମତି ଆଣିବାକୁ କୁହାଯାଇଛି। କିନ୍ତୁ ପୂଜା ସମୟରେ ପୂଜକଙ୍କୁ ମିଶାଇ ୭ଜଣରୁ ଅଧିକ ବ୍ୟକ୍ତି ରହିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ବିଏମସି ଗଶେଣ ପୂଜା ଗାଇଡଲାଇନ

  • ପରମ୍ପରା ବା ବିଧି ପାଇଁ ହେବ ଗଣେଶ ପୂଜା
  • ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟ କିମ୍ବା ତା’ଠାରୁ କମ୍ ରହିବ
  • ଲାଇଟ, ସାଉଣ୍ଡ, ସାଜସଜାକୁ ଅନୁମତି ନାହିଁ
  • ବନ୍ଦ ରହିବ ପୂଜା ମଣ୍ଡପର ତିନି ପାର୍ଶ୍ଵ
  • କେବଳ ଚତୁର୍ଥ ପାର୍ଶ୍ଵ ଆଂଶିକ ଖୋଲା ରହିବ
  • ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତି ମଣ୍ଡପକୁ ଆସିପାରିବେ
  • ପୂଜା ମଣ୍ଡପଗୁଡ଼ିକରେ ୭ଜଣଙ୍କୁ ନେଇ ପୂଜା ହେବ
  • ଏମାନଙ୍କ ମଧ୍ୟରେ କର୍ମକର୍ତ୍ତା, ପୂଜାରୀ ଏବଂ ଆୟୋଜକ ରହିପାରିବେ
  • ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦ଜଣଙ୍କୁ ନେଇ ହେବ ପୂଜା
  • ଏହି ୨୦ ଜଣଙ୍କ ମଧ୍ୟରେ ଶିକ୍ଷକ, ଛାତ୍ରଛାତ୍ରୀ, ପୂଜାରୀ ରହିବେ
  • ମଣ୍ଡପରେ ବନ୍ଦ ରହିବ ସାଧାରଣ ଦର୍ଶନ
  • ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନା
  • ବିସର୍ଜନ ଏବଂ ଶୋଭାଯାତ୍ରାକୁ ଅନୁମତି ନାହିଁ
  • ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ
  • ପୂଜାରେ ପ୍ରସାଦ ସେବନ ଭୋଜିକୁ ବାରଣ

LEAVE A REPLY

Please enter your comment!
Please enter your name here