ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ମାଟିକଣା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଦୁଇ ଶିଶୁର ମୃତ୍ୟୁ ଘଟିଛି। ମଙ୍ଗଳବାର ଅଗ୍ନିଶମ ବାହୀନି ଦୁଇ ଶିଶୁର ମୃତ ଦେହକୁ ଉଦ୍ଧାର କରିଛି। ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ମୃତ ଦୁଇ ଶିଶୁର ନାଁ ହେଉଛି ସୁନେର ହିମିରିକା(୭) ଓ ଅଲେଖ ହିମିରିକା(୭)। ଉଭୟ ସୋମବାର ସ୍ଖୁଲରୁ ଫେରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ, ଦୁଇ ଶିଶୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦୁଇ ଶିଶୁ ଘରକୁ ଫେରିନଥିବାରୁ ସନ୍ଧ୍ୟାରେ ପରିବାର ଲୋକଙ୍କ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। କିନ୍ତୁ ସେଥିରେ କୌଣସି ସୁଫଳ ମିଳିନଥିଲା। ମଙ୍ଗଳବାର ଅଗ୍ନିଶମ ବାହୀନି ଦୁଇ ଶିଶୁଙ୍କ ମୃତ ଶରୀରକୁ ଉକ୍ତ ପୋଖରୀରୁ ଉଦ୍ଧାର କରିଛି।

LEAVE A REPLY

Please enter your comment!
Please enter your name here