ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରରେ ଜଣେ କଲେଜ ଛାତ୍ରଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ପ୍ରମୋଦ କଲକା।

ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ରାୟଗଡ଼ା ଥାନା ଅଧିକାରୀ କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ପ୍ରମୋଦ ସମ୍ପର୍କୀୟ ଭଉଣୀଙ୍କୁ ସ୍ଥାନୀୟ ଗୌତମ ନଗରସ୍ଥିତ ମହିଳା ମହାବିଦ୍ୟାଳୟକୁ ଛାଡ଼ିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ରାସ୍ତା ଉପରେ ୩ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ପ୍ରମୋଦଙ୍କୁ ଧାରୁଆ ଅସ୍ତ୍ରରେ ଗୋଟିଏ ପରେ ଗୋଟିଏ ଚୋଟ ମାରି ଚାଲିଥିଲେ ୩ ଯୁବକ। ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରମୋଦଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତିନିଦିନ ପୂର୍ବରୁ ପ୍ରମୋଦଙ୍କୁ ହତ୍ୟା ଧମକ ମିଳିଥିଲା। ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ପ୍ରମୋଦଙ୍କ ମାମୁଁ ଗଙ୍ଗାଧର ପୁଆଲା କହିଛନ୍ତି।

Tags: #Rayagada #Murder #CollegeStudent #Crime

LEAVE A REPLY

Please enter your comment!
Please enter your name here