ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ମୁସଲିମର ଚିଫ ଅସାଦଉଦ୍ଦିନ ଓଓ୍ଵେସି ଲୋକସଭାରେ ନାଗରିକତା ସଂଶୋଧନ ବିଲର କପିକୁ ଚିରି ଦେଇଛନ୍ତି। ଏହାକୁ ଚିରିବା ସହ ଓଓ୍ଵେସି ଦେଶର ଆଉ ଏକ ବିଭାଜନ ହେବାକୁ ଯାଉଛି, ଏହି ଆଇନ ହିଟଲର ଶାସନଠୁ ବି ବଳିଯିବ ବୋଲି କହିଛନ୍ତି।

ଲୋକସଭାରେ ମହାତ୍ମା ଗାନ୍ଧୀଙ୍କ କଥା କହି ଭାଷଣ ଦେବା ବେଳେ ବିଲ୍‌କୁ ଚିରି ଦେଇଥିଲେ। ବିଲ୍‌ ଚିରିବା ପରେ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ ଏକ ବିଲ ଚିରିଥିବା ଢଙ୍ଗକୁ ସେ ଅନକରଣ କରିଥିବା କଥା କହିଥିଲେ। ଏହାସହ ଏହି ବିଲ୍‌ ସମ୍ଵିଧାନ ବିରୋଧ ବୋଲି ଦର୍ଶାଇଥିଲେ।

ଓଓ୍ଵେସି ଲୋକସଭାରେ କହିଛନ୍ତି, “ସିକ୍ୟୁଲାରଲିଜିମ୍‌ ଆମ ଦେଶର ଗୋଟେ ଅଙ୍ଗ। ଏହି ବିଲ୍‌ ଆମ ଅଧିକାରକୁ ଭଙ୍ଗ କରୁଛି। ଆପଣାମନେ ଏହି ବିଲ୍‌ ଆଣିକି ସୁପ୍ରିମ୍‌କୋର୍ଟଙ୍କ ନିୟମକୁ ଉଲ୍ଲଘଂନ କରୁଛନ୍ତି। ମୁଁ ଆପଣମାନଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ଦେଶକୁ ଏଭଳି ଆଇନରୁ ବଞ୍ଚାନ୍ତୁ।”

LEAVE A REPLY

Please enter your comment!
Please enter your name here