ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ଆଇନକୁ ନେଇ ଆସାମରେ ହିଂସାକାଣ୍ଡ ଲାଗିରହିଥିବାବେଳେ କଡ଼ା ସୁରକ୍ଷା ବଳ ମଧ୍ୟରେ ଗୁଆହାଟୀରେ ପହଞ୍ଚିଛି ଶ୍ରୀଲଙ୍କା କ୍ରିକେଟ୍ ଟିମ୍। ଗୁରୁବାର ଅପରାହଣରେ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଥିଲା। ସେଠାରୁ ଖେଳାଳିମାନଙ୍କୁ ନିରାପତ୍ତା ବଳୟ ମଧ୍ୟରେ ହୋଟେଲକୁ ନିଆଯାଇଛି।
ଜାନୁଆରି ୫ ତାରିଖରୁ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ଗୁଆହାଟୀରେ ଖେଳାଯିବ। କିନ୍ତୁ ନାଗରିକତା ଆଇନକୁ ନେଇ ଏବେ ଆସାମରେ ଆଇନଶୃଙ୍ଖଳା ପରିସ୍ଥିତି ଭଲ ନାହିଁ। ତେଣୁ ଏଠାରୁ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବିସିସିଆଇ କହିଥିଲା, ତେବେ ଆସାମ ସରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଏଠାରେ ମ୍ୟାଚର ଆୟୋଜନ ହେଉଛି।
ଏଥିପାଇଁ ଲତିସ୍ ମାଲିଙ୍ଗାଙ୍କୁ ନେତୃତ୍ୱରେ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିସାରିଛି। ଖୁବଶ୍ରୀଘ୍ର ଟିମ୍ ଇଣ୍ଡିଆର ଖେଳାଳିମାନେ ମଧ୍ୟ ସେଠାରେ ପହଞ୍ଚିବେ। ଶନିବାର ଉଭୟ ଦଳର ଖେଳାଳିମାନେ ପଡ଼ିଆରେ ଅଭ୍ୟାସ କରିବେ। ଏହାପରେ ରବିବାର ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ।