ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ମ୍ୟାଚ। ଆଡିଲେଡରେ ଖେଳାଯାଉଥିବା ଏହି ଟେଷ୍ଟରେ ନିଜର ସ୍ଥିତି ସୁଦୃଢ଼ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଇନିଂସରେ ୧୫୭ ରନର ଲିଡ୍ ହାସଲ କରିଥିବା ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ପରାଜୟ ଏଡ଼ାଇବାକୁ ଚେଷ୍ଟା କରୁଛି।

ଭାରତ ପ୍ରଥମ ଇନିଂସରେ ୧୮୦ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଅଷ୍ଟ୍ରେଲିଆ ଲଢୁଆ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସରେ ୩୩୭ ରନର ବଡ଼ ସ୍କୋର କରିଥିଲା। ଦଳ ପକ୍ଷରୁ ଟ୍ରାଭରିସ୍ ହେଡ ସର୍ବାଧିକ ୧୪୦ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଯଶପ୍ରିତ ବୁମରା ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପରେ ଭାରତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲା। ଶନିବାର ଖେଳ ଶେଷ ସୁଦ୍ଧା ଦଳର ସ୍କୋର ୫ ୱିକେଟ୍ ବିନିମୟରେ ୧୨୮ ହୋଇଛି। ରିଷଭ ପନ୍ତ ଓ ନୀତିଶ ରେଡ୍ଡୀ ଅପରାଜିତ ରହିଛନ୍ତି। ଦଳ ଏବେ ୨୯ ରନରେ ପଛୁଆ ରହିଛି।

ରବିବାର ମ୍ୟାଚର ତୃତୀୟ ଦିନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ ଭାରତ ଏକ ବଡ଼ ଇନିଂସ ଆଶା କରିବ ଓ ପରାଜୟ ଏଡ଼ାଇବାକୁ ଚେଷ୍ଟା କରିବ।   

Tags: #Border-GavaskarTrophy #TestSeries #IndiavsAustralia #Adelaide #BCCI #Sports

Comment