ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍ତ୍ତିକ ଆର୍ଯ୍ୟାନ୍ ଓ ସାରା ଅଲୀ ଖାନଙ୍କ ଅପକମିଂ ଫିଲ୍ମ ‘ଲଭ୍‌ ଆଜକଲ୍‌ ୨’ର ଟ୍ରେଲର ରିଲିଜ ସବୁଆଡ଼େ ଏହାକୁ ନେଇ ଚର୍ଚ୍ଚା ହେଉଛି। ସାରାଙ୍କ ଏହି ଫିଲ୍ମ କିନ୍ତୁ ବାପା ସୈଫ ଅଲ୍ଲୀ ଖାନଙ୍କୁ ପସନ୍ଦ ଆସିନି।

ଏକ ସାକ୍ଷାତକାରରେ ସୈଫ କହିଛନ୍ତି ଯେ, ନୂଆ ‘ଲଭ୍ ଆଜ୍ କଲ୍‌’ ଏତେ ଖାସ ହୋଇନାହିଁ। ତାଙ୍କ ଫିଲ୍ମର ଟ୍ରେଲର ସେ ଆଜି ବି ଦେଖିବା ପସନ୍ଦ କରନ୍ତି। ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଶୁଟିଂ ଆଜି ପର୍ଯ୍ୟନ୍ତ ତାଙ୍କୁ ମନେ ଅଛି। ତାଙ୍କ ଫିଲ୍ମ ତୁଳନାରେ ସାରାଙ୍କ ଫିଲ୍ମର ଟ୍ରେଲର୍ ଭଲ ହୋଇନାହିଁ।

୨୦୦୯ ମସିହାରେ ସୈଫ୍ ଅଲୀ ଖାନ୍ ଓ ଦୀପିକା ପାଦୁକୋନ୍‌ଙ୍କୁ ନେଇ ‘ଲଭ୍ ଆଜ୍ କଲ୍’ ଫିଲ୍ମ ରିଲିଜ ହୋଇଥିଲା। ଏବେ ଇମ୍‌ତିଆଜ୍ ଅଲୀ ପୁଣି ସେହି ଟାଇଟଲ୍‌ରେ ସାରା ଓ କାର୍ତ୍ତିକଙ୍କୁ ନେଇ ଏକ ନୂଆ ଫିଲ୍ମ ତିଆରି କରିଛନ୍ତି। ୨୦୦୯ ମସିହାରେ ରିଲିଜ ହୋଇଥିବା ‘ଲଭ୍ ଆଜ୍ କଲ୍’ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା

LEAVE A REPLY

Please enter your comment!
Please enter your name here