ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଓଜେଇଇ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଓଜେଇଇ ଓ୍ୱେବସାଇଟ୍ ojee.nic.in କୁ ଯାଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ଆଜିଠୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଅନ୍ଲାଇନ୍ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ। ଏପ୍ରିଲ ୨୦ ତାରିଖରୁ ଆଡ୍ମିଟ୍ କାର୍ଡ ଡାଉନଲୋଡ କରିପାରିବେ।
ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ହେବ।
ଅନ୍ୟପଟେ ଏଥର ଅନଲାଇନରେ ହେବ ଓଜେଇଇ ପରୀକ୍ଷା। ଅଫଲାଇନ୍ ବଦଳରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏନେଇ ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଥିଲେ।