ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) କମିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୬.୧୬ ପ୍ରତିଶତ ରହିବ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୯୦ ରହିଥିଲା। ଆସନ୍ତା ଆର୍ଥିକ ବର୍ଷରେ ଏହା କମିବ ବୋଲି ଆକଳନ କରାଯାଇଛି।

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ।

ବାତ୍ୟା ଫନି ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ଓ ଖଣିଜ କାରବାରରେ ମାନ୍ଦା ଯୋଗୁଁ GSDP ହ୍ରାସ ପାଇଥିବା ଉଲ୍ଲେଖ କରାଯାଇଛି।

ଜାତୀୟ ତୁଳନାରେ ରାଜ୍ୟର ମୁଣ୍ଡପିଚ୍ଛା ଆୟ କମିଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଚ୍ଛା ଆୟ ୧,୦୧, ୫୮୭ ଟଙ୍କା ଥିଲା। ୨୦୧୮-୧୯ରେ ରାଜ୍ୟରେ ମୁଣ୍ଡପିଚ୍ଛା ଆୟ ଥିଲା ୯୫, ୧୬୪ ଟଙ୍କା ରହିଥିଲା।

ରାଜ୍ୟରେ କୃଷି ଅଭିବୃଦ୍ଧି ୭.୬୧ ପ୍ରତିଶତ ରହିବ। ଜାତୀୟ କୃଷି ଅଭିବୃଦ୍ଧି ୨.୮୦ ପ୍ରତିଶତ ରହିବ। ସେବା କ୍ଷେତ୍ରରେ ଜାତୀୟ ହାର ସହ ରାଜ୍ୟ ହାର ସମାନ ରହିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି।

LEAVE A REPLY

Please enter your comment!
Please enter your name here