ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ କୋଲ୍ ରେଲ୍ଓ୍ଵେ ଲିମିଟେଡ୍ (MCRL) ରେ ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର୍ (CEO) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୬ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
- ସିନିୟର୍ ଆଡ୍ମିନିଷ୍ଟ୍ରେଟିଭ୍ ଗ୍ରେଡ୍ (ପେ ସ୍କେଲ୍- ୩୭,୪୦୦ରୁ ୬୭,୦୦୦ ଟଙ୍କା) ରେ ଅତିକମ୍ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଭାରତୀୟ ରେଳ ସେବାରେ ଉଭୟ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଆବେଦନ କରିପାରିବେ।
- ରେଲ୍ଓ୍ଵେ ନେଟ୍ଓ୍ଵାର୍କ ମ୍ୟାନେଜ୍ମେଣ୍ଟ ସମ୍ବନ୍ଧୀୟ ଟ୍ରାନ୍ସପୋର୍ଟ, ପ୍ଲାନିଂ, କନ୍ଷ୍ଟ୍ରକ୍ସନ୍, ଅପରେସନ୍ ଏବଂ ଆଡ୍ମିନିଷ୍ଟ୍ରେସନ୍ ଆଦିରେ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।
ବୟସ ସୀମା:
- କାର୍ଯ୍ୟରତକର୍ମଚାରୀଙ୍କ ପାଇଁ- ୪୫ରୁ ୫୭ ବର୍ଷ
- ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ- ୪୫ରୁ ୬୨ ବର୍ଷ
ଆବେଦନ ପ୍ରକ୍ରିୟା:
ଆବେଦନକାରୀ ନିଜର ଆବେଦଲ ପତ୍ର ପୂରଣ କରି ସମସ୍ତ ଦରକାରୀ ଡକ୍ୟୁମେଣ୍ଟସ୍ ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।
ଠିକଣା: ନିର୍ଦେଶକ ଓ ଅଧ୍ୟକ୍ଷ, ଏମ୍ସିଆର୍ଏଲ୍, ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍, ଜାଗୃତି ବିହାର, ବୁର୍ଲା, ସମ୍ବଲପୁର, ଓଡ଼ିଶା, ପିନ୍- ୭୬୮୦୨୦
ଏହି ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ତଥ୍ୟ ପାଇଁ coalindia.in ଓ୍ଵେବ୍ସାଇଟ୍କୁ ଯାଆନ୍ତୁ।
Source: https://www.chakiri.plus/