ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ସବଡିଭିଜନ୍ ଅଧୀନରେ ଥିବା ସମସ୍ତ ଶୈବପୀଠରେ ଲାଗିଲା ଧାରା ୧୪୪। ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ପୀଠରେ କଟକଣା ଲଗାଇଛନ୍ତି ଉପ-ଜିଲ୍ଲାପାଳ। ଶ୍ରାବଣ ମାସକୁ ଆଖି ଆଗରେ ରଖି ଉପ-ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଟାଙ୍ଗୀ , ବାଣପୁର ସମେତ ବାଲୁଗାଁ, ବେଗୁନିଆ ଓ ବୋଲଗଡ଼ରେ ଥିବା ସମସ୍ତ ଶୈବପୀଠରେ ଏହି କଟକଣା ଲଗାଯାଇଛି। ଏଥିସହ କାଉଡିଆମାନଙ୍କୁ ଜଳାଶୟରୁ ପାଣି ଉଠାଇ ରାସ୍ତାରେ ଯିବା ଓ ଶିବ ମନ୍ଦିରରେ ଜଳାଭିଷେକ କରିବା ମନା ହୋଇଛି।
ଏହାପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଆରସି ପ୍ରଦୀପ ଜେନା ଟୁଇଟ କରି ବୋଲବମ୍ ବନ୍ଦ ବୋଲି ଘୋଷଣା କରିଥିଲେ। ଚଳିତ ବର୍ଷ କରୋନା ସଙ୍କଟ ପାଇଁ କାଉଡିଆଙ୍କୁ ଶ୍ରାବଣ ଜଳାଭିଷେକ କରିବାକୁ ବାରଣ କରାଯାଇଛି।