ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରେଣୀରେ ବସି ପରୀକ୍ଷା ଦେଉଥିଲେ। ଘରୁ ଫୋନ ଆସିଲା ଶୀଘ୍ର ଫେରିଆ, ତୋ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହି କଥା ପୁରା ଶ୍ରେଣୀରେ ପ୍ରଘଟ ହେବାପରେ ସବୁ ପରୀକ୍ଷାର୍ଥୀ ଛାନିଆ ହୋଇଯାଇଥିଲେ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ମହାବିଦ୍ୟାଳୟରେ ଏପରି ଘଟଣା ଘଟିଛି। ଗତ ୨୪ ତାରିଖରେ କଲେଜର +୩ ବିଜ୍ଞାନ ବିଭାଗର ୬ଷ୍ଠ ସେମିଷ୍ଟାର ଗ୍ରୁପ ପ୍ରାକ୍ଟିକାଲ ହୋଇଥିଲା। ଏହି ପରୀକ୍ଷା ଦେବାକୁ ୧୨ ଜଣ ଛାତ୍ରଛାତ୍ରୀ ଆସିଥିଲେ। ଏହି ସମୟରେ ଜଣେ ଛାତ୍ରଙ୍କ ବାପା ତାଙ୍କୁ ଫୋନ କରି କହିଥିଲେ ତୋ କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତୁ ଯେତେ ଯଲ୍ଦି ପାରୁଛୁ ଘରକୁ ଫେରିଆ।

ବାପାଙ୍କଠାରୁ ଏହି କଥା ଶୁଣିବା ପରେ ଛାତ୍ରଜଣକ ଡରିଯାଇ ତାଙ୍କ ଅଧ୍ୟାପକ ବିଭାଗୀୟ ଆଟେଣ୍ଡାଣ୍ଟ ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ କହିଦେଇଥିଲେ। ଏହାପରେ ସେହି ଶ୍ରେଣୀରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ କଲେଜ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ପରୀକ୍ଷା ହଲ୍‌ରେ ନିୟୋଜିତ ଜଣେ ଅଧ୍ୟାପକ ଓ ଜଣେ ଲାବୋରେଟୋରୀ ସହାୟକଙ୍କୁ ମଧ୍ୟ ନିଜ ଘରେ ସଙ୍ଗରୋଧରେ ରହିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି। ମହାବିଦ୍ୟାଳୟର ସମସ୍ତ କ୍ୟାମ୍ପସ ଓ ସେହି ପ୍ରାକ୍ଟିକାଲ ପରୀକ୍ଷା ଗୃହଟିକୁ ମଧ୍ୟ ବିଶୋଧନ କରାଯାଇଛି।

LEAVE A REPLY

Please enter your comment!
Please enter your name here