ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ବିରୋଧରେ ଦେଶରେ ପ୍ରଦର୍ଶନ ବନ୍ଦ ହୋଇନାହିଁ। ଦିଲ୍ଲୀ, ହରିୟାଣା, ପଞ୍ଜାବ, ପଶ୍ଚିମ ବଙ୍ଗ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହାକୁ ଘୋର ବିରୋଧ କରାଯାଉଛି। ସୋମବାର ସକାଳୁ ପଞ୍ଜାବ ଯୁବ କଂଗ୍ରେସ କର୍ମୀ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଏକ ଟ୍ରାକ୍ଟରକୁ ଜାଳି ଦେଇଛନ୍ତି।
କଂଗ୍ରେସ କର୍ମୀମାନେ ଏକ ଟ୍ରକରେ ଟ୍ରାକ୍ଟରକୁ ଆଣିଥିଲେ। ଇଣ୍ଡିଆ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ।
ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରାଫିକ ପୋଲିସ ଏବଂ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଏଥସହିତ ବିକ୍ଷୋଭକାରୀଙ୍କ ୫ ଜଣଙ୍କୁ ପୋଲିସ ଅଟକ ରଖିଥିଲା ବେଳେ ଇଣ୍ଡିଆ ଗେଟ୍ ଅଞ୍ଚଳକୁ ସିଲ୍ କରିଛି।
କେନ୍ଦ୍ର ସରକାର ଏହି ନୂଆ ଆଇନ ଆଣିବା ପରେ ଦେଶରେ ଗତ ୪ ଦିନ ହେଲା ଏହାକୁ ଘୋର ବିରୋଧ କରାଯାଉଛି। ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ କରୁଛନ୍ତି।