ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି ଏସ୍‌ପି। କରୋନା ସମୟରେ ନିଜ ଘର ପରିବାରକୁ ପଛରେ ପକାଇ ଜିଲ୍ଲାକୁ ସୁରକ୍ଷା ଦେଇଥିବା ଏହି ପୋଲିସ କର୍ମଚାରୀମାନଙ୍କୁ ବୁଧବାର ଏସ୍‌ପି ନିତି ଶେଖର ଫୁଲତୋଡ଼ା ଦେଇ ସମ୍ମାନିତ କରିଛନ୍ତି।

ଦିନରାତି କରୋନା ସହିତ ଲଢୁଛନ୍ତି ଏହି ପୋଲିସ କର୍ମଚାରୀମାନେ। ସରକାରଙ୍କ କରୋନା କଟକଣାକୁ କାର୍ଯ୍ୟକାରୀ କରାଇବା ହେଉ କି କରୋନା ସମ୍ପର୍କିତ ସଚେତନତା ହେଉ, ଜନସାଧାରଣଙ୍କ ସହିତ ସବୁବେଳେ ଏମାନେ ସାମିଲ ହୋଇ ରହୁଥିଲେ।କରୋନା ଆକ୍ରାନ୍ତ ଫେରାର ଅପରାଧିକୁ କାବୁ କରିବା, କରୋନା କଟକଣା ମାନୁ ନଥିବା ଅମାନିଆଙ୍କୁ ସବାଡ଼ କରିବା ଏବଂ ଜନସାଧାରଣଙ୍କୁ କରୋନା ଠାରୁ ଦୂରେଇ ରଖିବା ପାଇଁ ଦିନରାତି ଏହି କୋଭିଡ ଯୋଦ୍ଧାମାନେ ପରିଶ୍ରମ କରୁଛନ୍ତି। ଡ୍ୟୁଟି କରୁଥିବା ବେଳେ କେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏମାନେ ସଂକ୍ରମଣର ଶିକାର ମଧ୍ୟ ହୋଇ ପଡୁଥିଲେ। ଏବେ ଏମାନେ କରୋନାରୁ ମୁକ୍ତ ହୋଇ ପୁଣି ନିଜ ନିଜ କର୍ମକ୍ଷେତ୍ରକୁ ଫେରିଆସିଲେଣି।

ଆମ ରାଜ୍ୟରେ ଅନେକ ପୋଲିସ କର୍ମଚାରୀ କରୋନାରେ ପ୍ରାଣ ବିସର୍ଜନ କରିସାରିଲେଣି। ତଥାପି ପୋଲିସ ଏହି କରୋନା ଯୁଦ୍ଧରେ କେବେ ସାଲିସ କରିନି। ଏହି ଅପରାଜିତ କରୋନା ଯୋଦ୍ଧାମାନଙ୍କୁ ବୁଧବାର କେନ୍ଦ୍ରାପଡା ଏସ୍‌ପି ନିତି ଶେଖର ସମ୍ମାନିତ କରିଛନ୍ତି।କେନ୍ଦ୍ରାପଡା ଟାଉନ ଥାନା ପରିସରରେ ଏହି ସମ୍ବର୍ଦ୍ଧନା ଉତ୍ସବ ଦୋଇଛି। ଏହି ଅବସରରେ ଏସ୍‌ଆଇ ପ୍ରଜ୍ଞାଶ୍ରୀ ନାୟକ, ହାବିଲଦାର ପ୍ରତାପ ଲେଙ୍କା, ହାବିଲଦାର ଜେ କାନ୍ଦୁଲାନା, ହାବିଲଦାର ମୂରଲୀଧର ଜେନା , କନେଷ୍ଟବଳ ରାଜେନ୍ଦ୍ର ସେଠି, ସୁବ୍ରତ ମଣ୍ଡଳ, ପ୍ରକାଶ କୁମାର ବାରିକ, ଚନ୍ଦ୍ରଭାନୁ ରାଉତ, ଶିବ ପ୍ରସାଦ ସ୍ଵାଇଁ, ଏସ୍‌ପି କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜଗନ କୁମାର ଦାସ, କିରାଣୀ ସୌମ୍ୟରଞ୍ଜନ ପରିଡା, ଓଏସ୍‌ପିଏଫ୍ ସନ୍ତୋଷ କୁମାର ପ୍ରଧାନ, ଗୃହରକ୍ଷୀ ଅମୂଲ୍ୟ ସେଠି ଏବଂ ରାଧାକାନ୍ତ ସେଠି ପ୍ରମୁଖଙ୍କୁ ଏସ୍‌ପି ନିତି ଶେଖର ଫୁଲତୋଡ଼ା ଦେଇ ସମ୍ମାନିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here