ଓଡ଼ିଶାଲାଇଭ୍ ବ୍ୟୁରୋ 

ଜୟପୁର ମୁଖ୍ୟ କେନାଲରେ ସୋମବାର ଜଣେ ଡ୍ରାଇଭର କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଏହା ପଛର କାରଣ ହେଉଛି ସ୍ତ୍ରୀ ତାଙ୍କୁ ଫୋନ କରି ଝଗଡ଼ା କରୁଥିଲେ। ଏହି ସାମାନ୍ୟ କଥାକୁ କେନ୍ଦ୍ର କରି ଡ୍ରାଇଭର ସ୍ଵାମୀ ଅଧା ରାସ୍ତାରେ ଗାଡ଼ି ରଖି କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ଆନ୍ଧ୍ରପ୍ରଦେଶର ଜଣେ ଡ୍ରାଇଭର ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ କାରଣକୁ ନେଇ ଝଗଡ଼ା ହୋଇଥିଲା। ପରେ ସ୍ଵାମୀ ଗାଡ଼ିରେ ମାଲ ନେଇ ମଧ୍ୟ ପ୍ରଦେଶ ଯାଉଥିଲା ବେଳେ ପୁଣି ସ୍ତ୍ରୀ ଫୋନ କରି ତାଙ୍କ ସହ ଝଗଡ଼ା କରିଥିଲେ। ସାମାନ୍ୟ କଥା କଟାକଟିରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହି କଥାରୁ ଜୟପୁର ଗାନ୍ଧୀ ଛକ ପାଖରେ ରାସ୍ତା ମଝିରେ ଟ୍ରକ ରଖି ଡ୍ରାଇଭର କେନାଲକୁ ଡେଇଁ ପଡ଼ିଲେ। ଏହାପରେ ଜୟପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ଶବ ଉଦ୍ଧାର କରିଛି। ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଆନ୍ଧ୍ରପ୍ରଦେଶ ସାଲୁରର ଏମ୍.ଶିବା।ମୃତକଙ୍କ ସଂପର୍କୀୟଙ୍କ ସୂଚନା ଅନୁସାରେ ଗତ ୨୦ ଦିନ ହେଲା କୌଣସି ପାରିବାରିକ କାରଣକୁ ନେଇ ଶିବା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ଝଗଡା ଚାଲୁଥିଲା। ସୋମବାର ସେ ସାଲୁରରୁ ଟ୍ରକରେ ମାଲ ନେଇ ଭିଲାଇ ଯାଉଥିଲେ। ଏହି ସମୟରେ ଫୋନରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲିଥିଲା। ଆଉ ଶେଷରେ ମାନସିକ ଅଶାନ୍ତି କାରଣରୁ କେନାଲକୁ ଡେଇଁ ଶିବା ଆତ୍ମହତ୍ୟା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here