ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜରତି ଓ ମାନବର ରେଳ ଧାରଣା ଉପରକୁ ପଥର ଓ ମାଟି ଅତଡ଼ା ଧସିବାରୁ ଜୟପୁର ଓ କୋରାପୁଟ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ୮ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବା ବିଶାଖାପାଟଣା ରେଳ ଡିଭିଜନ ପକ୍ଷରୁ ସୂଚନା ଜାରି କରାଯାଇଛି।

ରେଳ ଧାରଣା ଉପରୁ ପଥର ଓ ମାଟି ଅତଡ଼ା କଢ଼ାଯାଉଛି।
ଜଗଦଲପୁରରୁ ହାୱଡା ଅଭିମୁଖେ ଯାଉଥିବା ସମଲେଶ୍ବରୀ ଟ୍ରେନ ଜୟପୁରଠାରେ ଅଟକି ରହିଛି। ଏହା ସହ ଜଗଦଲପୁର ଆସୁଥିବା ସମଲେଶ୍ବରୀ ଟ୍ରେନ୍ ମଧ୍ୟ ଜୟପୁରଠାରେ ଅଟକି ରହିଛି।

ଜଗଦଲପୁର କିରଣ୍ଡୁଲ ଅଭିମୁଖେ ଯାଉଥିବା ରାଉରକେଲାରୁ ଜଗଦଲପୁର, ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏଜ୍ସପ୍ରେସ ଟ୍ରେନ୍ ଓ ବିଶାଖାପାଟଣାରୁ ଜଗଦଲପୁର, କିରଣ୍ଡୁଲ ଅଭିମୁଖେ ଯାଉଥିବା ରାତ୍ରୀକାଳିନ ଟ୍ରେନ୍ କୋରାପୁଟଠାରେ ଅଟକି ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Koraput #Jeypur #Trainservicesaffected #Stonefallsonrailwaytracks

Comment