ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରାଙ୍କ ପରଲୋକ ଘଟିଛି। ୯୩ ବର୍ଷ ବୟସରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୋତିଲାଲ ଦୀର୍ଘଦିନରୁ ଅସୁସ୍ଥ ଥିଲେ। କିଛି ଦିନ ତଳେ ତାଙ୍କର କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।
ମୋତିଲାଲ ଭୋରା ପୂର୍ବରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୧୯୮୯, ଜାନୁଆରିରୁ ୧୯୮୯ ଡିସେମ୍ବର ଯାଏଁ ସେ ଏହି ପଦରେ ଥିଲେ। ସେହିପରି ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ୧୯୯୩ରୁ ୧୯୯୬ ଯାଏଁ ଦାୟିତ୍ୱ ତୁଲାଇଥିଲେ। ମୋତିଲାଲ ଭୋରା ଗାନ୍ଧୀ ପରିବାରର ସବୁଠୁ ଅଧିକ ଘନିଷ୍ଠ ଥିଲେ। ଲମ୍ବା ସମୟ ଧରି ସେ କଂଗ୍ରେସର କୋଷାଧ୍ୟକ୍ଷା ଦାୟିତ୍ୱରେ ଥିଲେ।
ମୋତିଲାଲଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।